Jump to content

ଆରବ ସାଗର

Coordinates: 18°N 66°E / 18°N 66°E / 18; 66
ଉଇକିପିଡ଼ିଆ‌ରୁ
ଆରବ ସାଗର
ଦିଗବାରେଣି18°N 66°E / 18°N 66°E / 18; 66
ନିଷ୍କାସନ କ୍ଷେତ୍ରସ୍ଥ  ଦେଶଭାରତ, ଇରାନ, ମାଳଦ୍ୱୀପ, ଓମାନ, ପାକିସ୍ତାନ, ସୋମାଲିଆ, ୟେମେନ
ସର୍ବାଧିକ ଓସାର2,400 km (1,500 mi)
କ୍ଷେତ୍ରଫଳ3,862,000 km2 (1,491,000 sq mi)
ସର୍ବାଧିକ ଗଭୀରତା4,652 m (15,262 ft)

ଆରବ ସାଗର, ଭାରତ ମହାସାଗରର ଉତ୍ତର ଭାଗର ଏକ ଅଂଶ, ଯାହାକି ଉତ୍ତରରେ ପାକିସ୍ତାନଇରାନ, ପଶ୍ଚିମରେ ଉତ୍ତର-ପୂର୍ବ ସୋମାଲିଆଆରବ ଦ୍ୱୀପ ଏବଂ ପୂର୍ବରେ ଭାରତଦ୍ୱାରା ଘେରି ହୋଇ ରହିଛି । ଏହି ସମୁଦ୍ରଟିର ଐତିହାସିକ ନାମକରଣ ଅନୁସାରେ ଇରିଟ୍ରିଆନ୍ ସାଗର ଏବଂ ଫାରସୀ ସାଗର ନାମରେ ନାମିତ ହୋଇଛି । ଏହି ସାଗରଟିର ସମୁଦାୟ କ୍ଷେତ୍ରଫଳ 3,862,000 km2 (1,491,000 sq mi) ଏବଂ ସର୍ବାଧିକ ଗଭୀରତା 4,652 metres (15,262 ft) । ଦକ୍ଷିଣ-ପଶ୍ଚିମ ଦିଗରେ ଆଡେନ୍ ଉପସାଗର, ଆରବ ସାଗର ଦେଇ ଲାଲ ସମୁଦ୍ର ସ‌ହିତ ଯୋଡ଼ି ହୋଇଛି ।

ମୁମ୍ବାଇର ଜବାହାରଲାଲ ନେହେରୁ ବନ୍ଦର, କରାଚି ବନ୍ଦରପାକିସ୍ତାନର ଗ୍ୱାଦାର ବନ୍ଦର ଏବଂ ଓମାନର ସାଲାଲା ବନ୍ଦର ଭଳି ପ୍ରମୁଖ ସାମୁଦ୍ରିକ ବନ୍ଦରମାନ ଆରବ ସାଗର ଅନ୍ତର୍ଭୁକ୍ତ । ଆରବ ସାଗରରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ଜରୁରୀ ବନ୍ଦର ହେଲା, କାଣ୍ଡଲା ବନ୍ଦର ଏବଂ ଗୋଆର ମୋର୍‌ମୁଗାଓ ବନ୍ଦର । ଆରବ ସାଗର ମଧ୍ୟରେ ଥିବା ପ୍ରମୁଖ ଦ୍ୱୀପମାନ ହେଲେ, ୟେମେନର ସୋକୋତ୍ରା, ଓମାନର ମାସିରାଃ ଦ୍ୱୀପ, ପାକିସ୍ତାନର ଅସ୍ତଳ ଦ୍ୱୀପ ଏବଂ ଭାରତର ଆନ୍ଦ୍ରୋତ୍ତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]
ଅନ୍ତରୀକ୍ଷରୁ ଆରବ ସାଗର

ଆରବ ସାଗରର ଉପରିଭାଗର କ୍ଷେତ୍ରଫଳ ପାଖାପାଖି 3,862,000 km2 (1,491,130 sq mi) ।[] ସମୁଦ୍ରର ସର୍ବାଧିକ ଚଉଡ଼ା ପାଖାପାଖି 2,400 km (1,490 mi) ଏବଂ ସର୍ବାଧିକ ଗଭୀରତା 4,652 metres (15,262 ft) । ଆରବ ସାଗରରେ ମିଶୁଥିବା ନ‌ଦୀମାନଙ୍କ ମଧ୍ୟରେ ବଡ଼ ନ‌ଦୀ ହେଉଛି ସିନ୍ଧୁ ନ‌ଦୀ

ଆରବ ସାଗରର ଦୁଇଟି ଶାଖା ହେଉଛି- ବାବ୍-ଏଲ୍-ମନ୍‌ଦେବ ପ୍ରଣାଳୀ ମଧ୍ୟ ଦେଇ ଲାଲ ସାଗର ସ‌ହିତ ମିଶିଥିବା ଦକ୍ଷିଣ-ପଶ୍ଚିମର ଆଡାନ୍ ଉପସାଗର ଏବଂ ଫରାସୀ ଉପସାଗର ସ‌ହ ସଂଯୁକ୍ତ ହୋଇଥିବା ଉତ୍ତର-ପଶ୍ଚିମର ଓମାନ ଉପସାଗର । ଭାରତୀୟ ଉପକୂଳରେ ଥିବା ଆରବ ସାଗରର ଦୁଇଟି ଉପସାଗର ହେଲା- ଖମ୍ବାତ୍ ଉପସାଗର ଏବଂ କଚ୍ ଉପସାଗର ।

୧୭ଶ ଶତାବ୍ଦୀର ଏହି ନ‌କ୍ସାଟି ଇରିଟ୍ରିଆନ୍ ସାଗରର ଚିତ୍ରଣ ।

ଆରବ ସାଗରର ଉପକୂଳବର୍ତ୍ତୀ ଅଞ୍ଚଳ ରହିଥିବା ଦେଶଗୁଡ଼ିକ ହେଲା: ସୋମାଲିଆ, ଜିବୁତୀ, ୟେମେନ, ଓମାନ, ଇରାନ, ପାକିସ୍ତାନ, ଭାରତ ଏବଂ ମାଳଦ୍ୱୀପ । ଆରବ ସାଗର ଉପକୂଳରେ ଥିବା ବଡ଼ ବଡ଼ ସ‌ହରଗୁଡ଼ିକ ହେଲା: ମୁମ୍ବାଇ, ସୁରାଟ, କରାଚୀ, ଗ୍ୱଦର, ପାସ୍‌ନୀ, ଓର୍‌ମରା, ଆଡେନ୍, ମୁସ୍କଟ୍, କେଟି ବନ୍ଦର, ସାଲାଲାଃ, ଡୁକୁମ୍, ତ୍ରୀଭନ୍ଦ୍ରମ ।


ପରିସୀମା

[ସମ୍ପାଦନା]

ସୁଜିତ ଆନ୍ତର୍ଜାତୀୟ ଜଳ ସର୍ବେକ୍ଷଣ ସଂସ୍ଥା ଆରବ ସାଗରର ନିମ୍ନଲିଖିତ ପରିସୀମା ଦର୍ଶାଇଥିଲେ:[]

ପଶ୍ଚିମରେ: ଆଡେନ୍ ଉପସାଗରର ପୂର୍ବାର୍ଦ୍ଧ ପରିସୀମା [କେଫ ଗୁଆର୍ଦଫାଇର ମଧ୍ୟମା ଅନୁସାରେ (Ras Asir, 51°16'E)] ।

ଉତ୍ତରରେ: ପାକିସ୍ତାନର ଉପକୂଳ ଜିୱାନୀ (61°43'E) ଏବଂ ଆରବିଆର ପୂର୍ବ କେନ୍ଦ୍ର, ରାସ୍-ଏଲ୍-ହଡ୍ ସ‌ହ ଯୋଗ କରୁଥିବା ରେଖା (22°32'N) ।

ଦକ୍ଷିଣରେ: ମାଳଦ୍ୱୀପର ଦକ୍ଷିଣ ରେଖାରୁ ହାଫନ୍‌ର ପୂର୍ବାର୍ଦ୍ଧ ରେଖା ସ‌ହ ସଂଯୋଗ କରୁଥିବା ରେଖା (ଆଫ୍ରିକା, 10°26'N) ।

ପୂର୍ବରେ: ପଶ୍ଚିମରେ ଲାସ୍ସାଦୀଭର ପରିସୀମା [ଭାରତର ପଶ୍ଚିମ ଉପକୂଳରେ ସଦାଶିବ ଗଡ଼ (14°48′N 74°07′E / 14.800°N 74.117°E / 14.800; 74.117)ଠାରୁ କୋରା ଦୀଭ (13°42′N 72°10′E / 13.700°N 72.167°E / 13.700; 72.167) ଓ ପରେ ଲାକ୍ଷାଦ୍ୱୀପର ପଶ୍ଚିମର ତଳସ୍ତର ଆଡ଼କୁ ଏବଂ ମାଳଦ୍ୱୀପର ଦକ୍ଷିଣ ଆଡ଼କୁ କେନ୍ଦ୍ରିତ ହୋଇଥିବା ରେଖାଯାଏ ।

ବିକଳ୍ପ ନାମ

[ସମ୍ପାଦନା]

ଆରବ ସାଗର ଐତିହାସିକ ଏବଂ ଭୌଗଳିକ ଦୃଷ୍ଟି କୋଣରୁ ଆରବିଆନ ଏବଂ ଇଉରୋପିଆନ ପରିବ୍ରାଜକମାନଙ୍କଦ୍ୱାରା ବିଭିନ୍ନ ନାମରେ ନାମିତ ହୋଇଛି । ଏହି ନାମ ଗୁଡ଼ିକ ହେଲା:[] ଭାରତୀୟ ସାଗର, ଫରାସୀ ସାଗର, ସିନ୍ଧୁ ସାଗର,[] ଇରିଟ୍ରିଆନ୍ ସାଗର,[] ଏବଂ ଅଖଜାର୍ ସାଗର ।

ବେପାର ମାର୍ଗ

[ସମ୍ପାଦନା]

ଆରବ ସାଗର ମଧ୍ୟ ଦେଇ ଅନେକ ବିଦେଶୀ ବଣିକମାନେ ବେପାର କରିବାକୁ ଭାରତକୁ ଆସୁଥିଲେ । ୨ୟ ଏବଂ ୩ୟ ଶତାବ୍ଦୀରେ ଏହି ସାଗର ଦେଇ ଅନେକ ବେପାରୀ ବେପାର କରିବାକୁ ଆସୁଥିଲେ ।

ପ୍ରମୁଖ ବନ୍ଦର[]

[ସମ୍ପାଦନା]
  • ଜବାହାରଲା ନେହେରୁ ବନ୍ଦର(Jawaharlal Nehru Port)
  • ରତ୍ନ‌ଗିରି ବନ୍ଦର(Port of Ratnagiri)
  • ଦିଘି ବନ୍ଦର(Port of Dighi)
  • ମୁମ୍ବାଇ ବନ୍ଦର(Port of Mumbai )
  • ନିସ୍ତୁନ ବନ୍ଦର(Port of Nishtun)
  • ମୋରା ବନ୍ଦର(Port of Mora)
  • ସଲାଲା ବନ୍ଦର(Port of Salalah (Mina Raysut))
  • କେଟି ବନ୍ଦର(Port of Keti)
  • କର‌ୱାର ବନ୍ଦର(Port of Karwar)
  • ବେଲେକେରୀ ବନ୍ଦର(Port of Belekeri)
  • କରାଚୀ ବନ୍ଦର(Port of Karachi)
  • ମୋର୍ମୁଗାଁ ବନ୍ଦର(Port of Mormugao or Marmagao)
  • ଗ୍ୱଦର ବନ୍ଦର(Port of Gwadar)
  • ମୁରୁଦ-ଜଞ୍ଜୀର ହରବୌର ବନ୍ଦର(Murud-Janjira Harbour)
  • ପାନାଜୀ ବନ୍ଦର(Port of Panaji)
  • ପୋରବନ୍ଦର(Port of Porbandar)
  • ଦିଉ ହରବୋର ବନ୍ଦର(Diu Harbor)
  • ମିଠିଭିର୍ଦୀ ବନ୍ଦର(Port of Mithivirdi)
  • ପାସ୍‌ନି ବନ୍ଦର(Port of Pasni)
  • ବେରାଭାଲ ବନ୍ଦର(Port of Veraval)
  • ବାଙ୍ଗାଲୋର ବନ୍ଦର(Port of Vengurla)

ଦ୍ୱୀପ

[ସମ୍ପାଦନା]

ଆରବ ସାଗର ମଧ୍ୟରେ ଅନ୍ତର୍ଭୁକ୍ତ ଥିବା ଦ୍ୱୀପମାନ ହେଲା:

  • ଅସ୍ତୋଲା ଦ୍ୱୀପ
  • ବାସଭରାଜ ଦୁର୍ଗା ଦ୍ୱୀପ
  • ପିରୋତନ ଦ୍ୱୀପ
  • ସୋକୋତ୍ର
  • ଜଲ୍‌ଜଲା କୋହ ଦ୍ୱୀପ
  • ମସୀର ଦ୍ୱୀପ
  1. Arabian Sea, Encyclopædia Britannica
  2. "Limits of sujit sujit and Seas, 3rd edition" (PDF). International Hydrographic Organization. 1953. Archived from the original (PDF) on 8 October 2011. Retrieved 5 November 2016.
  3. "The Voyage around the Erythraean Sea". washington.edu.
  4. "Kamat's Potpourri: The Arabian Sea". kamat.com.
  5. "The Periplus of the Erythraean Sea:Travel and Trade in the Indian Ocean by a Merchant of the First Century". Archived from the original on 2013-12-02. Retrieved 2016-11-05.
  6. "Arabian Sea ports". ports.com. Retrieved 5 November 2016.
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy