Jump to content

ଭାତୁଡ଼ି

ଉଇକିପିଡ଼ିଆ‌ରୁ
ଭାତୁଡ଼ି
verruca (ଭେରୁକା),[] papillomas (ପାପିଲୋମା)[]
ବୁଢ଼ା ଆଙ୍ଗୁଠିରେ ଏକାଧିକ ଭାତୁଡ଼ି ଦେଖାଯାଉଛି ।
ବିଭାଗଚର୍ମରୋଗ ବିଜ୍ଞାନ (dermatology)
ଲକ୍ଷଣକଷ୍ଟ‌ହୀନ ଛୋଟ ଚର୍ମ ଅର୍ବୁଦ । [][]
ଅବଧିମାସ ବର୍ଷ ଧରି ହୁଏ । []
କାରଣମାନବ ପାପୋଲୋମା ଭୁତାଣୁ (human papillomavirus)[]
ବିପଦ କାରକସାର୍ବଜନୀନ ସ୍ନାନାଗାର, ଏକଜିମା eczema[]
ସଠିକ ରୋଗ ନିର୍ଣ୍ଣୟକ୍ୟାଲସ (callus), ସେବୋରିକ ଡର୍ମାଟାଇଟିସ (seborrheic keratosis), ସ୍କ୍ୱାମସ ସେଲ କାର୍ସିନୋମା (squamous cell carcinoma)[]
ଚିକିତ୍ସାସାଲିସିଲିକ ଏସିଡ (salicylic acid), କ୍ରାୟୋଥେରାପି (cryotherapy)[]
ପୁନଃପୌନିକଅତି ସାଧାରଣ .[]
Patient UKଭାତୁଡ଼ି

ଭାତୁଡ଼ି (ଇରାଜୀ ଭାଷାରେ Warts) ଏକ ଛୋଟ, ଖଦଡ଼ା ଓ ଟାଣ ଅର୍ବୁଦ ସମ୍ପନ୍ନ ଚର୍ମ ରୋଗ ଯାହାର ରଙ୍ଗ ଅନ୍ୟାନ୍ୟ ସ୍ଥାନର ଚର୍ମ ରଙ୍ଗ ସ‌ହ ସମାନ ଥାଏ ।[][] ଏଥିରେ ଅନ୍ୟ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ; କେବଳ ପାଦ ତଳେ ହେଲେ କଷ୍ଟ ହୁଏ । [] ସାଧାରଣ ଭାବରେ ହାତ ଓ ପାଦରେ ହେଉଥିଲେ ମଧ୍ୟ ଦେହର ଯେ କୌଣସି ସ୍ଥାନରେ ହୋଇପାରିବ । [] ଏକ ବା ଏକାଧିକ ଭାତୁଡ଼ି ବାହାରିପାରେ । ଏହାର କର୍କଟ ରୋଗ ସ‌ହିତ ସମ୍ପର୍କ ନ ଥାଏ । []

ଏକ ପ୍ରକାର ମାନବ ପାପିଲୋମାଭୁତାଣୁ (human papillomavirus ବ HPV) ଏହି ରୋଗ ସଂକ୍ରମଣ କରନ୍ତି ।[] ସାର୍ବଜନୀନ ସ୍ଥାନରେ ସ୍ନାନ କଲେ, ମାଂସ କଟା କାମ କଲେ, ଏକଜିମା (eczema) ଥଲେ ଓ ଇମ୍ମ୍ୟୁନିଟି କମ ଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ ।[][] ଚର୍ମରେ ସାମାନ୍ୟ ଆଘାତ ଥିବା ସ୍ଥାନରେ ଭୁତାଣୁ ପ୍ରବେଶ କରେ । [] ଅନେକ ପ୍ରକାର ଭାତୁଡ଼ି ଦେଖାଯାଏ ଯେପରିକି: ସାଧାରଣ ଭାତୁଡ଼ି, ପାଦ ଭାତୁଡ଼ି (plantar warts), ଫିଲିଫର୍ମ ଭାତୁଡ଼ି ଓ ଯୌନାଙ୍ଗ ଭାତୁଡ଼ି (genital warts) ।[] ଯୌନ କ୍ରୀଡ଼ା ସମୟରେ ଯୌନାଙ୍ଗ ଭାତୁଡ଼ି ସଞ୍ଚାରିତ ହୁଏ । []

ଅଧିକାଂଶ ଭାତୁଡ଼ି କିଛି ମାସ ବା କିଛି ବର୍ଷ ମଧ୍ୟରେ ଆପେ ଆପେ ମିଳେଇ ଯାଏ । ଭାତୁଡ଼ି ଉପରେ ସାଲିସିଲିକ ଏସିଡ (salicylic acid ) ଲଗେଇଲେ ଓ କ୍ରାୟୋଥେରାପି (cryotherapy)ରେ ଏହି ରୋଗ ମିଳେଇବା ସମୟ ଦୃତ ହୋଇଯାଏ । ଅନ୍ୟଥା ସୁସ୍ଥ ବ୍ୟକ୍ତିଙ୍କର ଭାତୁଡ଼ି ଯୋଗୁ କୌଣସି ସମସ୍ୟା ହୁଏନାହିଁ । [] ଯୌନାଙ୍ଗ ଭାତୁଡ଼ି ନିମନ୍ତେ ଅଲଗା ଚିକିତ୍ସା କରାଯାଏ । []

ଭାତୁଡ଼ି ଏକ ସର୍ବସାଧାରଣ ରୋଗ, ଅଧିକାଂଶ ଲୋକଙ୍କ ଦେହରେ ଜୀବନରେ କେତେବେଳେ ନା କେତେବେଳେ ହୁଏ । [] ଅଣ‌ଯୌନାଙ୍ଗ ଭାତୁଡ଼ି ପ୍ରାୟ ୧ରୁ ୧୩% ଲୋକଙ୍କର ଥାଏ । ଯୁବାବସ୍ଥାରେ ସାଧାରଣତଃ ଏହି ରୋଗ ହୁଏ ।[] ସକ୍ରିୟ ଯୌନସମ୍ଭୋଗକାରୀ ମହିଳାଙ୍କର ଏହି ରୋଗ ହାର ପ୍ରାୟ ୧୨% । [] ଅନ୍ୟୁନ ଖ୍ରୀ:ପୂ: ୪୦୦ ଶତାବ୍ଦୀରେ ହିପୋକ୍ରେଟ (Hippocrates) ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Loo, SK; Tang, WY (12 June 2014). "Warts (non-genital)". BMJ clinical evidence. 2014. PMID 24921240.
  2. ୨.୦ ୨.୧ ୨.୨ "Papillomas (Warts) - National Library of Medicine". PubMed Health. Retrieved 2016-11-06.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Warts: Overview". 30 July 2014. {{cite journal}}: Cite journal requires |journal= (help)
  4. ୪.୦ ୪.୧ Bope, Edward T.; Kellerman, Rick D. (2012). Conn's Current Therapy 2012 (in ଇଂରାଜୀ). Elsevier Health Sciences. p. 275. ISBN 1455733059.
  5. ୫.୦ ୫.୧ W Buck, Henry (13 August 2010). "Warts (genital)". BMJ clinical evidence. 2010. ISSN 1752-8526. PMC 3217761. PMID 21418685.
pFad - Phonifier reborn

Pfad - The Proxy pFad of © 2024 Garber Painting. All rights reserved.

Note: This service is not intended for secure transactions such as banking, social media, email, or purchasing. Use at your own risk. We assume no liability whatsoever for broken pages.


Alternative Proxies:

Alternative Proxy

pFad Proxy

pFad v3 Proxy

pFad v4 Proxy